ଆଞ୍ଚଳିକ ଖବର

ଓଡ଼ିଶା ଆଇନ ଆୟୋଗ ଗଠିତ, ଜଷ୍ଟିସ୍ ବିଶ୍ବନାଥ ରଥ ହେଲେ ଅଧ୍ୟକ୍ଷ

ଭୁବନେଶ୍ବର : ରାଜ୍ୟ ସରକାର ଆଇନ ଆୟୋଗ ବା ଓଡ଼ିଶା ଲ’ କମିସନ ଗଠନ କରିଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିସନ ଗଠନ କରାଯାଇଛି। ଓଡ଼ିଶା ଲ’ କମିସନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି। ବରିଷ୍ଠ ଆଇନଜୀବୀ ସୂର୍ୟ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର ମଧ୍ୟ କମିସନରେ ସଦସ୍ୟ ରହିଛନ୍ତି। ସେହିପରି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ ଓ ଆଇନ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ରହିଛନ୍ତି। କମିସନଙ୍କ ସଚିବ ମଧ୍ୟ ଏଥିର ସଦସ୍ୟ ରହିବେ। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button
error: Content is protected !!